ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାସ୍ତା । ଏହାକୁ ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଖାସ୍ କରି ପାସ୍ତା ପ୍ରିୟ ବ୍ୟକ୍ତି ଭିନ୍ନ ଭିନ୍ନ ଫ୍ଲେବର୍ସର ପାସ୍ତା ଚାଖିବାକୁ ମନ କରିଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ନଡିଆ ଫ୍ଲେବର ପାସ୍ତା ବିଷୟରେ । ତେବେ ଆସନ୍ତୁ ଜାଣିବା ।..
ପାସ୍ତା ବନେଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:
୨ କପ ସିଝା ପାସ୍ତା
୨ କପ ନଡିଆ ରସ
୩ ଚାମଚ ସୁଜିର ମଇଦା
୧ ଚାମଚ ଅଦା-ରସୁଣ ପେଷ୍ଟ
୧ ପିଆଜ (କଟା)
ସ୍ୱାଦଅନୁସାରେ ଲୁଣ, ଚିଲିଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ
ବଟର
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗ୍ୟାସରେ ପ୍ୟାନ ବସାଇ ସେଥିରେ ବଟର ପକାନ୍ତୁ । ସେଥିରେ ସୁଜିର ମଇଦା ପକାଇ ଭାଜନ୍ତୁ । ଏହାପରେ ସେଥିରେ ନଡିଆ ରସ ପକେଇ ଫୁଟାଇବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ।
ଆଉ ଏକ ପ୍ୟାନରେ କଟା ହୋଇଥିବା ପିଆଜ ପକାଇ କିଛି ସମୟ ଭାଜିବା ପରେ ଅଦା-ରସୁଣ ପେଷ୍ଟ ପକାଇ କିଛି ସମୟ ଘାଣ୍ଟନ୍ତୁ । ଏହାପରେ ସେଥିରେ ସିଝା ପାସ୍ତା ଏବଂ ନଡିଆ ରସରେ ହୋଇଥିବା ସସ୍ କୁ ପକାନ୍ତୁ । ସେଥିରେ ଲୁଣ, ଚିଲ୍ିଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ ଆଦି ପକାଇ ଗୋଟେ ମିନିଟ ପାଇଁ ଘାଣ୍ଟନ୍ତୁ । ଏହାପରେ ଗରମ ଗରମ ପାସ୍ତା ପରସନ୍ତୁ ।