ସର୍ବପ୍ରଥମେ ମାତା ଲକ୍ଷ୍ମୀ ତାଙ୍କ ଭାଇ ହାତରେ ବାନ୍ଧିଥିଲେ ରାକ୍ଷୀ, ଜାଣନ୍ତୁ ପୌରାଣିକ କଥା

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ ରକ୍ଷା ବନ୍ଧନ ପର୍ବ । ସେହିପରି ଆଜି ହେଉଛି ରକ୍ଷା ବନ୍ଧନ ପର୍ବ ବା ରାକ୍ଷୀ ପୂର୍ଣ୍ଣିମା । ଏହା ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଆଜିର ଦିନରେ ଭଉଣୀ ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧି ତାର ଶୁଭ ମନାସୁଥିବା ବେଳେ ଭାଇ ମଧ୍ୟ ଭଉଣୀକୁ ସାରା ଜୀବନ ପାଇଁ ରକ୍ଷା କରିବାର ବଚନ ଦେଉଛି । କିନ୍ତୁ ଏହି ପବିତ୍ର ପର୍ବ କିଏ ଆରମ୍ଭ କରିଥିଲେ ଆପଣମାନେ ଜାଣିଛନ୍ତି କି? ଧାର୍ମିକ କଥା ଅନୁସାରେ ରକ୍ଷା ବନ୍ଧନର ଏହି ପବିତ୍ର ପର୍ବର ଶୁଭାରମ୍ଭ ମାତା ଲକ୍ଷ୍ମୀ କରିଥିଲେ । ସର୍ବପ୍ରଥମେ ମାତା ଲକ୍ଷ୍ମୀ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ ।

ଯେତେବେଳେ ରାଜା ବଲି ଅଶ୍ୱମେଧ ଯଜ୍ଞ କରିଥିଲେ ସେତେବେଳେ ଭଗବାନ ବିଷ୍ଣୁ ବାମନ ଅବତାର ନେଇ ରାଜା ବଲିଙ୍କୁ ତିନି ପାହାଚ ଜମି ଦାନ କରିବାକୁ କହିଥିଲେ। ରାଜା ତିନି ପାହାଚ ଜମି ଦେବାକୁ ହଁ କହିଥିଲେ। ରାଜା ହଁ କହିବା ମାତ୍ରେ ଭଗବାନ ବିଷ୍ଣୁ ଆକାର ବୃଦ୍ଧି କରି ପୁରା ଜମିକୁ ମାପି ନେଇଥିଲେ ।

ତା’ପରେ ରାଜା ବଲି ଭଗବାନ ବିଷ୍ଣୁଙ୍କୁ ଏକ ବରଦାନ ମାଗିଲେ କି , ଯେବେବି ମୁଁ ଭଗବାନଙ୍କୁ ଦେଖିବି କେବଳ ଆପଣଙ୍କୁ ହିଁ ଦେଖିବି । ପ୍ରତି ମୁହୂର୍ତ୍ତରେ ମୁଁ କେବଳ ଆପଣଙ୍କୁ ଦେଖିବାକୁ ଚାହେଁ । ରାଜା ବଲି କୁ ଏହି ବରଦାନ ଦେଇ ରାଜାଙ୍କ ସହିତ ପାତାଳ ଲୋକରେ ରହିବାକୁ ଲାଗିଲେ ଭଗବାନ ବିଷ୍ଣୁ । ରାଜାଙ୍କ ସହ ଭଗବାନ ବିଷ୍ଣୁ ରହିବା ଯୋଗୁଁ ମାତା ଲକ୍ଷ୍ମୀ ଚିନ୍ତିତ ହୋଇ ନାରଦଙ୍କୁ ସବୁ କଥା କହିଲେ । ଏହାପରେ ବିଷ୍ଣୁଙ୍କ ଫେରାଇ ଆଣିବାର ଉପାୟ କହିଲେ ନାରଦ । ମାତା ଲକ୍ଷ୍ମୀଙ୍କୁ ନାରଦ କହିଲେ କି, ଆପଣ ରାଜା ବଲିଙ୍କୁ ନିଜର ଭାଇ ବନେଇ ଦିଅନ୍ତୁ ଏବଂ ଭଗବାନ ତାଙ୍କୁ ଭଗବାନ ବିଷ୍ଣୁଙ୍କୁ ମାଗନ୍ତୁ ।
ନାରଦଙ୍କ କଥା ଶୁଣି ମାତା ଲକ୍ଷ୍ମୀ ତାଙ୍କ ବେଶ ବଦଳାଇ ରାଜା ବଲିଙ୍କ ନିକଟକୁ ଗଲେ । ସେଠାରେ ପହଁଚି କାନ୍ଦିବା ଆରମ୍ଭ କଲେ । ଯେତେବେଳେ ମାତାଙ୍କର କ୍ରନ୍ଦନର କାରଣ ପଚାରିଲେ ରାଜା ସେତେେବେଳ ମାତା ଲକ୍ଷ୍ମୀ କହିଲେ କି ମୋ କେହି ଭାଇ ନାହାନ୍ତି ସେଥିପାଇଁ ମୁଁ କାନ୍ଦୁଛି । ଏହାପରେ ରାଜା ମା ଲକ୍ଷ୍ମୀଙ୍କୁ କହିଲେ କି ଆଜିଠାରୁ ମୁଁ ତୁମର ଭାଇ । ଏତିିକି ଶୁଣି ମାତା ଲକ୍ଷ୍ମୀ ରାଜାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ବିଷ୍ଣୁଙ୍କୁ ମାଗିଲେ । କୁହାଯାଏ କି ସେବେଠାରୁ ହିଁ ଭାଇ-ଭଉଣୀର ଏହି ପବିତ୍ର ପର୍ବ ପାଳନ ହୋଇ ଆସୁଛି ।

Sort:  

Congratulations @amanprem! You received a personal badge!

Happy Hive Birthday! You are on the Hive blockchain for 4 years!

You can view your badges on your board and compare yourself to others in the Ranking