ଏସବିଆଇ ଅନଲାଇନ ବ୍ୟାଙ୍କିଂ ସେବା ଏହି ସମୟ ଯାଏଁ ବନ୍ଦ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଭାବିତ ରହିବ ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଅନଲାଇନ ସେବା ।

ଡିଜିଟାଲ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ହେତୁ ଗତକାଲି ରାତିରୁ ଅନଲାଇନ ବ୍ୟାଙ୍କିଂ ସେବା ବନ୍ଦ ରହିଛି । ଅନଲାଇନ ସେବା ବନ୍ଦ କରିବା ପୂର୍ବରୁ ବ୍ୟାଙ୍କ ପକ୍ଷରୁ ଟ୍ୱିଟ କରି ଗ୍ରାହକଙ୍କୁ ସୂଚନା ଦିଆଯାଇଥିଲା ।

ଟ୍ୱିଟରେ କୁହାଯାଇଥିଲା କି, ଗୁରୁତ୍ୱପୂର୍ଣ୍ଣ ସୂଚନା । ଆମେ ଆମର ରକ୍ଷଣାବେକ୍ଷଣ କାର୍ଯ୍ୟ ୭ ମେ’ ୨୦୨୧ ରାତି ୧୦ଟା୧୫ ରୁ ମେ ୮ ତାରିଖ ରାତି ୧ ଟା ୪୫ ଯାଏଁ ଜାରି ରଖିବୁ । ଏହି ସମୟରେ ଆଇଏନବି/ୟୋନୋ/ୟୋନୋ ଲାଇଟ,ୟୁପିଆଇ ସର୍ଭିସେସ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଗ୍ରାହକଙ୍କୁ ଆମେ କ୍ଷମା ପ୍ରର୍ଥନା କରୁଛୁ ଏବଂ ସହଯୋଗ କରିବାକୁ ଅନୁରୋଧ ।